ଗର୍ଭଧାରଣର ସତ୍ୟ ଆରମ୍ଭ ହୁଏ ଇମ୍ପ୍ଲାଣ୍ଟେସନ୍ ସମୟରେ ଯେତେବେଳେ ଭ୍ରୂଣ (ଏମ୍ବ୍ରିଓ) ଗର୍ଭାଶୟର ଭିତର ଆବରଣରେ ଲାଗିଯାଏ। ଏହା ସ୍ୱାଭାବିକ ଗର୍ଭଧାରଣ ହେଉ କି ଆଇ.ଭି.ଏଫ୍ ମାଧ୍ୟମରେ ହୋଇଥିଲେ ମଧ୍ୟ ଏହି ପର୍ଯ୍ୟାୟ ଗର୍ଭଧାରଣ ପାଇଁ ଅତ୍ୟନ୍ତ ଜରୁରୀ। କିଛି ମହିଳାଙ୍କ ଶରୀରରେ ଏହି ସମୟରେ କିଛି ଲକ୍ଷଣ ଦେଖାଯାଇପାରେ, ଯଦିଓ ଏହାର ସମୟ ଏବଂ ତୀବ୍ରତା ପ୍ରତ୍ୟେକଙ୍କ ପାଖରେ ଭିନ୍ନ ଭିନ୍ନ ହୋଇଥାଏ। ଇମ୍ପ୍ଲାଣ୍ଟେସନ୍ର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ କରିପାରିଲେ କେତେକଙ୍କୁ ମନରେ ଶାନ୍ତି ମିଳିପାରେ, କିନ୍ତୁ ସବୁ ମହିଳା ଏହି ଲକ୍ଷଣ ଅନୁଭବ କରନ୍ତି ନାହିଁ। ଏହି ବ୍ଲଗ୍ରେ ଆମେ ସାଧାରଣ ଲକ୍ଷଣ, ଆଇ.ଭି.ଏଫ୍ ସହ ଜଡିତ କିଛି ଭିନ୍ନ ସଙ୍କେତ ଏବଂ ଗର୍ଭଧାରଣ ପରୀକ୍ଷା କେବେ କରିବା ଉଚିତ ତାହା ଉପରେ ଆଲୋଚନା କରିବୁ।
ଗର୍ଭଧାରଣର ସବୁଠାରୁ ଅଦ୍ଭୁତ ପର୍ଯ୍ୟାୟମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଇମ୍ପ୍ଲାଣ୍ଟେସନ୍। ଏହି ପର୍ଯ୍ୟାୟରେ ଫର୍ଟିଲାଇଜ୍ଡ୍ ଡିମ୍ବ (ଗର୍ଭାଧାନ ହୋଇଥିବା ଡିମ୍ବ) ଗର୍ଭାଶୟର ଭିତର ଆବରଣରେ ଲାଗିଯାଏ ଏବଂ ସେଠାରେ ଏକ ସୁରକ୍ଷିତ ସଂଯୋଗ ତିଆରି କରେ। ଏହି ସଂଯୋଗ ଦ୍ୱାରା ଭ୍ରୂଣ ଆବଶ୍ୟକ ପୋଷକ ତତ୍ତ୍ୱ ଏବଂ ହର୍ମୋନ ପାଇଥାଏ ଏବଂ ଶରୀରକୁ ଗର୍ଭଧାରଣ ପାଇଁ ପ୍ରସ୍ତୁତ ହେବାର ସଙ୍କେତ ମିଳେ।
ଇମ୍ପ୍ଲାଣ୍ଟେସନ୍ ସମୟରେ ହାଲୁକା ସ୍ପଟିଙ୍ଗ୍, ସାଧାରଣ ଟାଣ ଧରଣର କ୍ରାମ୍ପ, କିମ୍ବା ଶରୀରର ଶକ୍ତିରେ ଅଳ୍ପ ପରିବର୍ତ୍ତନ ଲାଗିପାରେ। ଏହା ଗର୍ଭଧାରଣ ଜାରି ରହିବ କି ନାହିଁ ତାହା ନିର୍ଣ୍ଣୟ କରୁଥିବା ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ।
ଏହା ମଧ୍ୟ ପଢନ୍ତୁ: ଆଇ.ଭି.ଏଫ୍ ପରେ ହ୍ୟୁମାନ୍ କୋରିଅନିକ୍ ଗୋନାଡୋଟ୍ରୋପିନ୍ ସ୍ତର କେତେ ହୁଏ?
ଇମ୍ପ୍ଲାଣ୍ଟେସନ୍ ଶରୀରରେ ହର୍ମୋନ ସମ୍ବନ୍ଧୀୟ ପରିବର୍ତ୍ତନ ଆଣିଦିଏ। ସବୁ ମହିଳା ଏହାକୁ ଅନୁଭବ କରନ୍ତି ନାହିଁ, କିନ୍ତୁ ତଳେ କିଛି ସାଧାରଣ ଲକ୍ଷଣ ଦିଆଯାଇଛି—
ଏହି ଲକ୍ଷଣଗୁଡ଼ିକ ଆଶାଜନକ ଲାଗିପାରେ, କିନ୍ତୁ ମନେ ରଖନ୍ତୁ ଏହା ପ୍ରତ୍ୟେକଙ୍କ ପାଇଁ ସମାନ ନୁହେଁ।
ଇମ୍ପ୍ଲାଣ୍ଟେସନ୍ ସଫଳ ହେଲେ ପ୍ରାରମ୍ଭିକ ଗର୍ଭଧାରଣକୁ ସମର୍ଥନ କରିବା ପାଇଁ ହର୍ମୋନ ଗତିବିଧି ବଢ଼ିଯାଏ। ପ୍ରତ୍ୟେକ ମହିଳାଙ୍କର ଅନୁଭବ ଭିନ୍ନ ହେଲେ ମଧ୍ୟ, ତଳେ କିଛି ସାଧାରଣ ସଙ୍କେତ:
ଏହା ମଧ୍ୟ ପଢନ୍ତୁ: ଭ୍ରୂଣ ସ୍ଥାନାନ୍ତର ପରେ ସକାରାତ୍ମକ ସଙ୍କେତଗୁଡ଼ିକ କ’ଣ?
ଆଇ.ଭି.ଏଫ୍ ଔଷଧର ପ୍ରଭାବରୁ ଗର୍ଭଧାରଣ ଭଳି କିଛି ଲକ୍ଷଣ ଲାଗିପାରେ, ସେଥିପାଇଁ “ସତ୍ୟ” ଇମ୍ପ୍ଲାଣ୍ଟେସନ୍ ସଙ୍କେତ କି ଔଷଧ ଯୋଗୁଁ ହେଉଥିବା ପ୍ରତିକ୍ରିୟା ଏହା ବୁଝିବା କେବେ କେବେ କଷ୍ଟକର ହୁଏ। ତଥାପି, ତଳେ କିଛି ସାଧାରଣ ସଙ୍କେତ ଦିଆଯାଇଛି:
ଆଇ.ଭି.ଏଫ୍ ପରେ ଛୋଟ ଛୋଟ ଟାଣ କିମ୍ବା ଏକ ଦାଗ ମଧ୍ୟ ବଡ଼ କଥା ଲାଗିପାରେ। ତେଣୁ କ୍ଲିନିକ୍କୁ ସବୁବେଳେ ଅପଡେଟ୍ ରଖନ୍ତୁ ସେମାନେ କେଉଁଟି ପ୍ରକୃତ ସଙ୍କେତ ଏବଂ କେଉଁଟି ଔଷଧ ଯୋଗୁଁ ତାହା ବୁଝିବାରେ ଆପଣଙ୍କୁ ସହଯୋଗ କରିବେ।
ଇମ୍ପ୍ଲାଣ୍ଟେସନ୍ ଲକ୍ଷଣ ଲାଗିଲେ ସହସା ପରୀକ୍ଷା କରିବାକୁ ମନ ହୁଏ, କିନ୍ତୁ ଅଳ୍ପ ଅପେକ୍ଷା କରିବା ଭଲ। କାରଣ ଗର୍ଭଧାରଣ ହର୍ମୋନ—ବିଶେଷକରି ଏଚ୍.ସି.ଜି.—ଟେଷ୍ଟରେ ସହସା ଧରାପଡ଼େ ନାହିଁ। ଅପେକ୍ଷା କଲେ ଫଳାଫଳ ଅଧିକ ସଠିକ୍ ହୁଏ।
ଏହି ପର୍ଯ୍ୟାୟରେ ଧୈର୍ଯ୍ୟ ରଖିଲେ ଉତ୍ତର ଅଧିକ ସ୍ପଷ୍ଟ ମିଳେ ଏବଂ ମନରେ ଶାନ୍ତି ମଧ୍ୟ ରହେ।
ଇମ୍ପ୍ଲାଣ୍ଟେସନ୍ ହୋଇଥିବା ଭଳି ଲାଗୁଥିବା ସଙ୍କେତ ଦେଖିବା ନିହାତି ଉତ୍ସାହଜନକ। ଏହା ପିତାମାତା ହେବାର ସ୍ଵପ୍ନର ପ୍ରଥମ ପଦକ୍ଷେପ ଭଳି ଲାଗିପାରେ। କିନ୍ତୁ ମନେ ରଖନ୍ତୁ କେବଳ ଲକ୍ଷଣ ଦେଖି ଗର୍ଭଧାରଣ ନିଶ୍ଚିତ ବୋଲି କହିହେବ ନାହିଁ।
ସଠିକ୍ ନିଶ୍ଚିତକରଣ ପାଇଁ ମେଡିକାଲ୍ ଟେଷ୍ଟ ଏବଂ ଯୋଗ୍ୟ ଡାକ୍ତରଙ୍କ ପରାମର୍ଶ ଆବଶ୍ୟକ। ସ୍ୱାଭାବିକ ଭାବେ ହେଉ କି ଆଇ.ଭି.ଏଫ୍ ମାଧ୍ୟମରେ ହେରୁ ପ୍ରାରମ୍ଭିକ ସଙ୍କେତ ଚିହ୍ନଟ କରିବା ଦ୍ୱାରା ଦମ୍ପତିମାନେ ନିଜ ଫର୍ଟିଲିଟି ଯାତ୍ରାରେ ସଚେତନ ରହିପାରନ୍ତି ଏବଂ ଭଲ ଭାବେ ଆଗକୁ ବଢ଼ିପାରନ୍ତି।
ହାଲୁକା ସ୍ପଟିଙ୍ଗ୍, ସାମାନ୍ୟ କ୍ରାମ୍ପ, ଅଧିକ କ୍ଲାନ୍ତି, ସ୍ତନ ଯନ୍ତ୍ରଣା କିମ୍ବା ବେସାଲ୍ ତାପମାତ୍ରା ଉଚ୍ଚ ରହିବା ଦେଖାଯାଇପାରେ।
ହଁ, କେତେକଙ୍କୁ ସାମାନ୍ୟ କ୍ରାମ୍ପ କିମ୍ବା ହାଲୁକା ରକ୍ତସ୍ରାବ ପିରିଅଡ୍ ଭଳି ଲାଗିପାରେ, କିନ୍ତୁ ସାଧାରଣତଃ ଏହା ଅଳ୍ପ ଏବଂ କମ୍ ସମୟ ପାଇଁ ଥାଏ।
ସାଧାରଣତଃ ତଳି ପେଟ (ପେଲଭିକ୍ ଅଞ୍ଚଳ)ରେ ହାଲୁକା ଟାଣ ଧରଣରେ ଲାଗିପାରେ, କେବେ କେବେ ଗୋଟିଏ ପାର୍ଶ୍ୱରେ ମଧ୍ୟ ହୋଇପାରେ।
ଅଣ୍ଡୋତ୍ସର୍ଗ ପରେ ପ୍ରାୟ ୬–୧୨ ଦିନ ମଧ୍ୟରେ ଇମ୍ପ୍ଲାଣ୍ଟେସନ୍ ହୋଇପାରେ ଏବଂ ଏହି ସମୟରେ/ପରେ କିଛି ଲକ୍ଷଣ ଆସିପାରେ।
ଦୁଇଥିରେ ଇମ୍ପ୍ଲାଣ୍ଟେସନ୍ ପ୍ରକ୍ରିୟା ଏକେଇ, କିନ୍ତୁ ଆଇ.ଭି.ଏଫ୍ ରେ ଟାଇମ୍ଲାଇନ୍ ଟ୍ରାନ୍ସଫର୍ ଦିନ ଅନୁସାରେ ଗଣାଯାଏ ଏବଂ ଔଷଧ ଯୋଗୁଁ ଲକ୍ଷଣ ଗର୍ଭଧାରଣ ଭଳି ଲାଗିପାରେ।
ଇମ୍ପ୍ଲାଣ୍ଟେସନ୍ ବ୍ଲିଡିଂ ସାଧାରଣତଃ ହାଲୁକା, ଅଳ୍ପ ସମୟ (୧-୨ ଦିନ) ଥାଏ ଏବଂ ପିରିଅଡ୍ ପରି ଅତ୍ୟଧିକ ଫ୍ଲୋ ହୁଏ ନାହିଁ; ପିରିଅଡ୍ ରକ୍ତସ୍ରାବ ଅଧିକ ଏବଂ ଏହା କିଛି ଦିନ ଚାଲିଥାଏ।
ସାଧାରଣତଃ ଗୋଲାପୀ କିମ୍ବା ବାଦାମୀ ରଙ୍ଗର ହାଲୁକା ସ୍ପଟିଙ୍ଗ୍ ହୋଇପାରେ।